ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଧରିଛି ଭିଜିଲାନ୍ସ । ପଙ୍କପାଳ ସ୍ଥିତ ଅଫିସ୍‌ରେ ବିଲ୍ କରାଇ ଦେବାକୁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏହାପରେ ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ର ଚଢ଼ାଉ କରାଯାଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ଜଣେ ଶିକ୍ଷକ ୧,୫୦,୦୦୦ ଟଙ୍କାର ଗୃହ ନିର୍ମାଣ ପାଇଁ ଅଗ୍ରିମ ବିଲ୍ କରିବାକୁ ବିଇଓ ଆକାଉଣ୍ଟାଣ୍ଟ୍ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ କହିଥିଲେ । ଉକ୍ତ ଗୃହ ନିର୍ମାଣ ଅଗ୍ରିମ ରାଶିକୁ ପୂର୍ବରୁ କର୍ତ୍ତୃପକ୍ଷ ମଞ୍ଜୁର କରିଥିଲେ । କିନ୍ତୁ ସ୍ୱାଇଁ କୌଣସି ବିନା କାରଣରେ ବିଲ୍ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିଲେ । ଟଙ୍କା ରିଲିଜ୍ ପାଇଁ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଏ ନେଇ ସମ୍ପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ସେ ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ସୂର୍ଯ୍ୟକାନ୍ତଙ୍କୁ ଧରିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *