ଏସ୍ସିଓର ସମ୍ମିଳନୀ ପାଇଁ ଚାଇନାର ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ଚାଇନାର କ୍ୱିଂଡାଓ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ପରେ ଜାରି ହେବାକୁ ଥିବା ଘୋଷଣାପତ୍ରରେ ସ୍ବାକ୍ଷର କରିବାକୁ ମନା କରିଦେଇଛି ଭାରତ । ସ୍ବାକ୍ଷର କରିବାକୁ ମନା କରିଦେଇଛନ୍ତି ସେଠାରେ ଉପସ୍ଥିତ ଥିବା ରାଜନାଥ ସିଂହ । ଏହା ସହ ବୈଠକ ପରେ ମିଳିତ ବିବୃତ୍ତି ପାଇଁ ମଧ୍ୟ ମନା କରିଛନ୍ତି । ମିଳିତ ବିବୃତ୍ତିରେ ପହଲଗାମ ଘଟଣା ନଥିବାରୁ ମନା କରିଥିବା ଜଣାପଡିଛି । ଏହି ଦଲିଲରେ ଆତଙ୍କବାଦ ପ୍ରସଙ୍ଗକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଇଥିଲା। ଆତଙ୍କବାଦ ଉପରୁ ଧ୍ୟାନ ହଟାଇବାକୁ ଚୀନ ଓ ପାକ୍ର ପ୍ରଚେଷ୍ଟା । ପାକ୍ର ଜାଫର ଟ୍ରେନ ଘଟଣା ରଖିବାକୁ ଚାହୁଁଥିଲା ପାକ ବୋଲି କହିଛନ୍ତି ରାଜନାଥ ସିଂହ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ କରି ପାକିସ୍ତାନର ନାମ ନ ନେଇ କହିଛନ୍ତି କିଛି ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ସୀମାପାର ଆତଙ୍କବାଦକୁ “ନୀତିର ଉପକରଣ” ଭାବରେ ବ୍ୟବହାର କରୁଛନ୍ତି। ଆତଙ୍କବାଦର ଦୋଷୀ, ପାଣ୍ଠିଦାତା ଏବଂ ପ୍ରାୟୋଜକଙ୍କୁ ଦାୟୀ କରାଯିବା ଉଚିତ ଏବଂ ଏହା ସହିତ ମୁକାବିଲା କରିବାରେ ଦ୍ୱୈତ ମାନଦଣ୍ଡ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଶାନ୍ତି, ସମୃଦ୍ଧି ଏବଂ ଆତଙ୍କବାଦ କେବେ ଏକାଠି ହୋଇପାରିବ ନାହିଁ। Post navigation ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୨ ମହିଳା ମାଓବାଦୀ ନିହତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ