ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ରଥଯାତ୍ରା ପାଇଁ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି । ରଥଯାତ୍ରାରେ ପୁରୀକୁ ଜଗିବ ୨୭୫ଟି AI କ୍ୟାମେରା । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ।ମୁତୟନ ହେବେ ୧୦ ହଜାର ସୁରକ୍ଷାକର୍ମୀ । ଏହା ସହ ସୁରକ୍ଷା ବ୍ୟବସ୍ଥା ପାଇଁ କୁଇକ୍ ରେସପନ୍ସ ଟିମ୍ ଓ ଡ୍ରୋନ୍ର ସହାୟତା ନିଆଯିବ । ସମୁଦ୍ର ତଟରେ ମୁତୟନ ହେବେ କୋଷ୍ଟ ଗାର୍ଡ । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପାଟ୍ରୋଲିଂ ହେବ । ବରିଷ୍ଠ ପୋଲିସମାନଙ୍କୁ ଦିଆଯାଇଛି ଦାୟିତ୍ବ । ସମୁଦ୍ର ତଟରେ ମୁତୟନ ହେବେ କୋଷ୍ଟଗାର୍ଡ । ସେହିପରି କାହାରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ୬୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୬୪ ଆମ୍ବୁଲାନ୍ସ,୨୬୫ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି । ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ରହିବେ । AIIMSର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ । Post navigation ଆମେରିକାର ଆକ୍ରମଣ ପରେ ଇରାନ୍ର ପ୍ରତି ଆକ୍ରମଣ; ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ; ୪ରୁ ୫ ଦିନ ପରେ ହେବେ ଡିସଚାର୍ଜ