ଭୁବନେଶ୍ୱରରେ ରହୁଥିବା ବାଂଲାଦେଶୀ ନାଗରିକ ପ୍ରସଙ୍ଗରେ ମେୟର ସୁଲୋଚନା ଦାସ ଦେଇଥିବା ମନ୍ତବ୍ୟକୁ ବିରୋଧ କରି କଡା ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି । ରାଜଭବନରୁ ଶିଶୁ ଭବନ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରି ମେୟର ସୁଲୋଚନା ଦାସଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି ବିଜେପି । ବାଂଲାଦେଶୀଙ୍କ ସମର୍ଥନରେ ସୁଲୋଚନା ଦାସ କହିଛନ୍ତି ଯେ ସେମାନଙ୍କ ରାସନ କାର୍ଡ ଅଛି, ଭୋଟର କାର୍ଡ ଅଛି, ସେମାନେ ଆମ ଦେଶର ନାଗରିକ । ବାଂଲାଦେଶୀଙ୍କୁ କୌଣସି ପ୍ରକାରେ ବାହାର କରିବା ସମ୍ଭବ ନୁହେଁ । ସେମାନଙ୍କୁ ବାହାର କରାଯିବ ନାହିଁ, ଆମେ ସେମାନଙ୍କ ସହ ଅଛୁ । ସେମାନେ ମଧ୍ୟ ଆମ ଭାଇ ଭଳି ରହିଛନ୍ତି ବୋଲି ମେୟର କହିଛନ୍ତି । Post navigation କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର