ବନୀକରଣ ନାଁରେ ବଡ଼ ଦୁର୍ନୀତି ମାମଲାରେ ୪ ବନ ଅଧିକାରୀ ଗିରଫ । ପ୍ରାୟ ୮୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ଡେପୁଟି ରେଞ୍ଜର୍ ସମେତ ୪ ବନ ଅଧିକାରୀ ଗିରଫ କଲା ଭିଜିଲାନ୍ସ । ଡେପୁଟି ରେଞ୍ଜର୍ ସୈରେନ୍ଦ୍ରି ବାଗ, ଫରେଷ୍ଟର୍ ଉମେଶ ରାଉତ, ଫରେଷ୍ଟର୍ ଦେବରାଜ ସୁନାନୀ, ଫରେଷ୍ଟ ଗାର୍ଡ ଅଶୋକ ସାହୁ ଗିରଫ । କଳାହାଣ୍ଡି ଜୟପାଟଣା ରେଞ୍ଜ୍‌ରେ ଦୁର୍ନୀତି ନେଇ ଭିଜିଲାନ୍ସ ଆକ୍ସନ୍ ନେଇଥିବା ଜଣାପଡିଛି ।୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି ।

୨୦୨୩-୨୪ ମସିହାରେ ସିଏଲଏଣ୍ଡ ବା କ୍ଷତିପୂରଣ ବନୀକରଣ ଅନୁଦାନରେ ଚାରା ରୋପଣ କିମ୍ବା ଆନୁଷଙ୍ଗିକ କାର୍ଯ୍ୟ ହେଉନଥିବା ଅଭିଯୋଗ ହେଇଥିଲା। ଏହି ଘଟଣାରେ କିଛି ଉପରିସ୍ଥ ଅଧିକାରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଥିବା ବେଳେ କିଛିଦିନ ପୂର୍ବରୁ ସରକାରୀ ଟଙ୍କା ଲୁଟ୍‌ ହୋଇଥିବା ତଥ୍ୟ ମିଳିବା ପରେ କଳାହାଣ୍ଡି ଜିଲା ଜୟପାଟଣା ଜଙ୍ଗଲ ବିଭାଗ ରେଞ୍ଜ ଅଫିସରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚଢାଉ କରିଥିଲା ।

Leave a Reply

Your email address will not be published. Required fields are marked *