ଦୀଘାଠାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି। ଦୀଘା ଜଗନ୍ନାଥ ଧାମକୁ ନେଇ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି  ଆମ ଉପରେ ଏତେ ରାଗ କାହିଁକି? ଆମେ ପୁରୀର ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ କରୁ।

ସେ ଆଉ ମଧ୍ୟ କହିଛନ୍ତି କାଳୀ ମନ୍ଦିର ଏବଂ ଗୁରୁଦ୍ୱାର ଦେଶର ସବୁଠି ଅଛି। ଦୀଘାରେ ଜଗନ୍ନାଥ ମନ୍ଦିର ହେଲେ ଅସୁବିଧା କେଉଁଠି । ଆମେ ଜଗନ୍ନାଥଙ୍କୁ ଭକ୍ତି କରୁ ଜଗନ୍ନାଥ ଧାମକୁ ସମ୍ମାନ ବି କରୁ । ପୁରୀ ପ୍ରତି ଆମ ମନରେ ଭକ୍ତି ରହିଛି । ହେଲେ ବିଜେପିର ଏତେ ରାଗ କାହିଁକି? ବିଜେପି ସରକାର ଏହାକୁ ନେଇ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *