ଉତ୍ତର ପ୍ରଦେଶର ବାରାଣସୀର ପ୍ରସିଦ୍ଧ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ ବାବାଙ୍କ ପରଲୋକ । ବାରଣାସୀରେ ୧୨୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଗଙ୍ଗା ଓ ବାରଣାସୀର ତଟରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ତିନି ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଶନିବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କ ମରଶରୀରକୁ ଦୁର୍ଗାକୁଣ୍ଡସ୍ଥିତ ତାଙ୍କ ଆଶ୍ରମକୁ ଅଣାଯାଇଥିଲା।

ସ୍ୱାମୀ ଶିବାନନ୍ଦ ବାବାଙ୍କୁ ୨୦୨୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସମ୍ମାନିତ ମଧ୍ୟ କରିଥିଲେ। ତାଙ୍କର ଜୀବନଶୈଳୀ, ଯୋଗ ପ୍ରତି ନିଷ୍ଠା ଏବଂ ମାନବ ସେବା ପ୍ରତି ପ୍ରତିବଦ୍ଧତା ତାଙ୍କୁ ପ୍ରେରଣା ଦେଇଥିଲା।

Leave a Reply

Your email address will not be published. Required fields are marked *