ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍ ଅନିଲ ଚୌହ୍ବାଣ ଉପସ୍ଥିତ । ୩ ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ପହଲଗାମ ଆକ୍ରମଣ ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା କରାଯାଉଥିବା ସହ ପ୍ରତିଶୋଧ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସୂଚନା ମିଳିଛି। ସୂଚନା ଯୋଗ୍ୟ; କାଲି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ। ଆସନ୍ତା କାଲି ଦିନ ୧୧ଟାରେ ଦିଲ୍ଲୀରେ ବୈଠକ ବସିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଘରେ ବସିଛି ଉଚ୍ଚସ୍ତରୀୟ ବୈଠକ Post navigation ଆୟୁଷ୍ମାନରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ପହଲଗାମ୍ ଆକ୍ରମଣ ଘଟଣା: କଟକରେ ରଞ୍ଜିତ ଭୋଳଙ୍କ ଘରେ ଏନଆଇଏ ଟିମ୍