ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହ ଦୁଇ ଦିନ କାଳବୈଶାଖୀ ଲାଗି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହ କାଳବୈଶାଖୀ ବର୍ଷା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଢେଙ୍କାନାଳ, କଟକ ଓ ଖୋର୍ଦ୍ଧାକୁ ଅରେଞ୍ଜ ଆଲର୍ଟ ଜାରିହୋଇଚି । ଆଗାମୀ ୩ ଘଣ୍ଟା ପାଇଁ ଘଡ଼ଘଡି ସହ ବର୍ଷା ଆଲର୍ଟ ଝଟ୍‌କା ପବନ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବା ଆକଳନ କରାଯାଉଛି ।ବାଲେଶ୍ବର, ମୟୁରଭଞ୍ଜରେ ପ୍ରବଳ ବର୍ଷ ସାଙ୍ଗକୁ କୁଆ ପଥର ବର୍ଷା ସମ୍ଭାବନା ରହିଛି।

ସେହିପରି ଆସନ୍ତାକାଲି ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

Leave a Reply

Your email address will not be published. Required fields are marked *