ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ମିଳିଥିବା ସୂଚନା ଅନୁସାରେ, ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଥିବା ସମସ୍ତ ୧୫ ଜଣ ଖେଳାଳି ବିସିସିଆଇ ଠାରୁ ୩ କୋଟି ଟଙ୍କା ଲେଖାଏ ପାଇବେ । ସେହିପରି ମୁଖ୍ୟ ପ୍ରଶିକ୍ଷକଙ୍କୁ ୩ କୋଟି ଟଙ୍କା ଓ ସପୋର୍ଟିଂ ଷ୍ଟାଫ୍ ଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଅତିରିକ୍ତ ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ପୁରସ୍କାର ବାବଦରେ ଆଇସିସି ଠାରୁ ମିଳିଥିବା ୨.୨୪ ମିଲିୟନ ଡଲାର ବା ୨୦ କୋଟି ଟଙ୍କା ମଧ୍ୟ କେବଳ ଖେଳାଳିଙ୍କ ମଧ୍ୟରେ ବଣ୍ଟା ଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି । ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । Post navigation ଛତିଶଗଡ଼ରେ ୨୨ ମାଓବାଦୀ ନିହତ ଏପ୍ରିଲ ୧ ରୁ ଭୁବନେଶ୍ୱର – ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା