ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ବାଚସ୍ପତିଙ୍କ ଏକତରଫା ନିଷ୍ପତ୍ତିକୁ ନିନ୍ଦା କରି କହିଛନ୍ତି ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ । ସରକାର ଲାଠି ଚଲାନ୍ତୁ କି ଜେଲ ପଠାନ୍ତୁ କିମ୍ବା ବିଧାୟକଙ୍କୁ ବି ଜେଲ ପଠାନ୍ତୁ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକରେ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହ ପ୍ରଭାରୀ ରୋଜାଲିନା ତିର୍କୀଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି । ବୈଠକ ପରେ ମାର୍ଚ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ ବୋଲି ସୂଚନା ଦେଇଥିଲା କଂଗ୍ରେସ। ସୂଚନା ଯୋଗ୍ୟ; ବିଧାନସଭାରୁ ୭ଦିନ ପାଇଁ ନିଲମ୍ବନ ହୋଇଛନ୍ତି କଂଗ୍ରେସ ନେତା ତାରା ବାହିନୀପତି। ଏହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ। ଜୋରଦାର ବିରୋଧ କରିବା ସହ ବିଧାନସଭାକୁ ମଧ୍ୟ ବୟକଟ କରିଛି କଂଗ୍ରେସ। Post navigation ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ: ଭୁବନେଶ୍ୱର ଡିସିପି ଓଡ଼ିଶାରେ ଅଣ୍ଡା ଓ ମଧୁର ମାଛର ଅଭାବ ରହିଛି କହିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ