ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଥିବାବେଳେ କେବଳ ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ହେଉଛି । ଓଡିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆହୁରି ୧ କୋଟି ୯୦ ଲକ୍ଷ ଅଣ୍ଡାର ଆବଶ୍ୟକ ରହୁଛି । ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ରାଜ୍ୟରେ ମଧୁର ମାଛର ଅଭାବ ରହିଛି । ମଧୁର ମାଛ ପାଇଁ ଓଡିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଛି । ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଅଣ୍ଡା ଓ ମଧୁର ମାଛ ଉତ୍ପାଦନରେ ଓଡ଼ିଶା କିଭଳି ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପାଇଁ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି । Post navigation ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ ରାଜ୍ୟରେ ୪୦ ଡିଗ୍ରୀ ଟପିଲା ତାତି; ୪୦.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର