ବିଜୁ ବାବୁଙ୍କ ଜୟନ୍ତୀ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି। ବିଜୁ ବାବୁଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ହେବ। ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଦିବସ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଳନ କରିବ ବିଜେଡି। ସେହିପରି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସକୁ ବଡ଼ ଆକାରରେ ପାଳନ କରିବ ବିଜେଡି। ମାର୍ଚ୍ଚ ୮ ରେ ଶଙ୍ଖ ଭବନରେ ମହିଳା ଦିବସ କାର୍ଯ୍ୟକ୍ରମ ହେବ। ବିଜୁ ଜନତା ଦଳ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ପୌରାଞ୍ଚଳରେ ହେବ କାର୍ଯ୍ୟକ୍ରମ ହେବ । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ଆଲୋଚନା କରାଯିବ ।

ବିଜେଡି କହିଛି ବିଜୁ ବାବୁ ମହିଳାଙ୍କ ସମ୍ମାନ କଥା କହିଥିଲେ ନବୀନ ପଟ୍ଟନାୟକ ମହିଳାଙ୍କୁ ଶୀର୍ଷରେ ପହଞ୍ଚାଇଥିଲେ। ସେମାନଙ୍କୁ ଆର୍ଥିକ ସମୃଦ୍ଧି ସହ ମାନସିକ ସମୃଦ୍ଧି ପାଇଁ କରାଯାଇଛି ବହୁ କାର୍ଯ୍ୟ। ନବୀନ ଏସବୁ କରିଛନ୍ତି। ଏହି ଦିନ ଗର୍ବ ଓ ଗୌରବର ଦିନ। ମହିଳାଙ୍କ ଆର୍ଥିକ,ମାନସିକ ଓ ସାମାଜିକ ସୁଦୃଢ଼ତା ପାଇଁ ବିଜେଡି ଆଗକୁ କଣ କାର୍ଯ୍ୟ କରିବ ସେ ନେଇ ଆଲୋଚନା ହେବ। ବିଜେଡି ଯାହା କରିଥିଲା ତାହା କିଭଳି ଆଗକୁ ଯିବ ସେ ନେଇ ଯୋଜନା ହେବ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ ଉଦ୍ୟୋଗୀ, ଲେଖିକା ତଥା ବିଭିନ୍ନ ବର୍ଗର ପ୍ରତିଷ୍ଠିତ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ।ମହିଳାମାନେ ଯେଭଳି ସସକ୍ତ ହେଉଥିଲେ ମିଶନ ଶକ୍ତି ମାଧ୍ୟମରେ ଆଜିକାଲି କଣ ହେଉଛି ସେ ସମ୍ପର୍କରେ ଆଲୋଚନା ହେବ। ମହିଳା ମାନେ ନିଜର ଅଧିକାର ସମ୍ପର୍କରେ ଜାଣିବେ ଓ ସସକ୍ତ ହେବେ।

Leave a Reply

Your email address will not be published. Required fields are marked *