ପଞ୍ଜିକା ସମନ୍ଵୟ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ଆଜିର ବୈଠକରେ ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହୋଇଛି । ଏହା ସହ ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହୋଇଛନ୍ତି । ରାଧାରମଣ, କୋହିନୂର, ଅରୁଣଦୋୟ ପଞ୍ଜିକା ପାଣ୍ଡୁଲିପି ମିଳିଛି। ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ ପଞ୍ଜିକା ପାଣ୍ଡୁଲିପି ମିଳିଛି। ଏନେଇ ଚିଠା ଅନୁମୋଦିତ ହୋଇଛି କେହି ଭୁଲ ତଥ୍ୟ ଦେବେନାହିଁ । ଏହା ସହ ସହମତି ପରେ ଯଦି ବିଭ୍ରାନ୍ତିକର ତଥ୍ୟ ଦିଅନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି। Post navigation ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଘଟଣା: ଓସିଏ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା ମହିଳା କମିଶନକୁ କ୍ଷମତା ସମ୍ପନ୍ନ କରାଯିବ: ପ୍ରଭାତୀ ପରିଡ଼ା