ରାଜ୍ୟରେ ବିଭିନ୍ନ ଅପରାଧ ଘଟୁଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍‌ କରି କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏ ସଂମ୍ପର୍କରେ ଆଜି ସୂଚନା ଦେଇଛନ୍ତି  ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ସେ କହିଛନ୍ତି ୩ଟି ଦିଗ ତଥା ସଡ଼କ ସୁରକ୍ଷା, ନିଶା କାରବାର, ଷ୍ଟ୍ରିଟ କ୍ରାଇମ୍‌ ଆଦି କମିଶନରେଟ ପୁଲିସ ଫୋକସ୍‌ରେ ରହିଛି । କାଲି ମୈତ୍ରିବିହାର ଅଞ୍ଚଳରୁ ୪୬ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ବାଲିଅନ୍ତା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଗିରଫ କରାଯାଇଛି  । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଏହି ସବୁ ନିଶାଦ୍ରବ୍ୟ କେଉଁଠୁ ଆସୁଛି, କେଉଁଠିକୁ ଯାଉଛି ସବୁର ତଦନ୍ତ କରାଯିବ। ଯଦି ଶିକ୍ଷାନୁଷ୍ଠାନ ବାହାରେ ନିଶାଦ୍ରବ୍ୟ ବିକ୍ରି ଚାଲିଛି ଜଣାପଡ଼େ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *