ସୁଭଦ୍ରା ଯୋଜନାରେ ଆସିଲା ସାଙ୍ଘାତିକ ତଥ୍ୟ । ସର୍ଟିଂ ବେଳେ ମିଳିଥିବା ତଥ୍ୟ ଅନୁଯାୟୀ, ମହିଳାଙ୍କ ପାଇଁ ହୋଇଥିବା ଏହି ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି । ଆଧାର କାର୍ଡର ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ଏହା ଜଣାପଡିଥିଲା । ସେମାନଙ୍କୁ ବାଦ ଦିଆଯାଇଛି ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଥାଏ ଏବଂ ସ୍ପେଲିଙ୍ଗ ବି ଏକା ହୋଇଥାଏ । ଭୁଲ ବଶତଃ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରି ଦେଇଥିବେ ବୋଲି ସେ କହିଛନ୍ତି । ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ସେହି ମହିଳା ମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିପାରିବେ ବୋଲି ପ୍ରଭାତୀ ପରିଡା ଗତକାଲି ସୂଚନା ଦେଇଥିଲେ । Post navigation ଯବାନ ମାନଙ୍କ ସ୍ୱତନ୍ତ୍ର ଭତ୍ତା ବଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ