ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଯେଉଁ ଟାସ୍କ ଫୋର୍ସ ଗଠନ କରାଯାଇଛି ସେଥିର ଆଉ ଦୁଇ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଫଳରେ ଏହାକୁ ମିଶାଇ ସଦସ୍ୟ ସଂଖ୍ୟା ୧୧ରେ ପହଁଚିଛି । ସୂଚନା ଯୋଗ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କ ଫୋର୍ସ ରେ ଅନ୍ୟ ୯ ଜଣ ସଦସ୍ୟ ଅଛନ୍ତି ଏବଂ ୩ ଜଣ ଏକ୍ସ-ଅଫିସିଓ ସଦସ୍ୟ ଅଛନ୍ତି। ଏହି ଦୁଇ ନୂଆ ସଦସ୍ୟଙ୍କ ସହିତ ଏହି ଟାସ୍କ ଫୋର୍ସ ରେ ସଦସ୍ୟ ସଂଖ୍ୟା ୧୧ରେ ପହଁଚିଛି । ସଦସ୍ୟ ମାନେ ହେଲେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ରହିଛନ୍ତି । ଏହା ସହ ଟାସ୍କ ଫୋର୍ସରେ ୩ ଜଣ ଏକ୍ସ-ଅଫିସିଓଙ୍କ ମଧ୍ୟରେ ରହିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି, କେନ୍ଦ୍ରାଞ୍ଚଳ ଆରଡିସି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର ସଦସ୍ୟ ଆବାହକ ଅଛନ୍ତି । Post navigation ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ତାମିଲନାଡୁରେ ଫସିଛନ୍ତି ୯୦ ଯୁବତୀ; ଫେରାଇ ଆଣିବାକୁ ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା