ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ । ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି । ବାଙ୍କେ ବିହାରୀ ଅନନ୍ତ ନାମକ ବୃନ୍ଦାବନର ଜଣେ ଭକ୍ତ ଉଠାଇଥିବା ଫଟୋକୁ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ଥିବା ସତ୍ତ୍ୱେ ବାରାମ୍ବାର ଏଭଳି ମନ୍ଦିର ଭିତର ଫୋଟୋ ଓ ଭିଡିଓ ବାହାରକୁ ଆସିବା ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡା କରିଛି । Post navigation ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଲିଖିତ ଦେବେ ଦୀପାଳି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ