ରାସନ କାର୍ଡକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ । ସେ କହିଛନ୍ତି ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିବା ଜଣାପଡିଛି । ଆୟକରଦାତା ରାସନ କାର୍ଡ ହାତେଇଥିବା ନେଇ ବିଭାଗ ପାଖେ ଖବର ପହଞ୍ଚିବା ପରେ ତନାଘନା ଆରମ୍ଭ ହୋଇଛି । ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାର ସମୟରେ ଆୟକରଦାତା ଚାଞ୍ଚକତା କରି ରାସନ କାର୍ଡ ନେଇଛନ୍ତି । ସେମାନଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ସରକାରଙ୍କୁ ଟ୍ୟାକ୍ସ ଦେଉଛନ୍ତି ସେମାନେ ବି ରାସନ ହାତେଇଛନ୍ତି, ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ ବ୍ୟବସ୍ଥା କରାଯାଇଛି, ସେଥିରେ ଚାଞ୍ଚକତା ଦେଖିବାକୁ ମିଳିଛି । ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ରାସନ ହାତେଇଛନ୍ତି । ଏନେଇ ଜଣାପଡ଼ିବା ପରେ ଆରମ୍ଭ ହୋଇଛି ତନାଘନା । ତେଣୁ ପୂରା ତଥ୍ୟ ଆସିବା ପରେ ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ।

Leave a Reply

Your email address will not be published. Required fields are marked *