RG Kar Case: Bengal Govt Acts Against Senior Police Officers

ବହୁଚର୍ଚ୍ଚିତ କୋଲକତା ଆର.ଜି.କର ମେଡିକାଲ୍ ମାମଲାରେ ମାମଲାରେ ଆସିଲା ରାୟ । ଆର.ଜି.କର ମେଡିକାଲର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଞ୍ଜୟ ରାୟ । ଶନିବାର କୋଲକତାର ସିଆଲଦା କୋର୍ଟ ସଞ୍ଜୟଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ତେବେ ଏହି ମାମଲାରେ ନ୍ୟାୟାଳୟ ୨୦ ତାରିଖରେ ଦଣ୍ଡାଦେଶ ଶୁଣାଇବେ । ଅଭିଯୁକ୍ତର କଣ ରହିବ ଦଣ୍ଡ ତାହା ସୋମବାର ଦିନ ଜଣାପଡିବ । ସମ୍ଭବତଃ କୋର୍ଟ ତାକୁ ଫାଶୀ ଦଣ୍ଡାଦେଶ କିମ୍ବା ଆଜୀବନ କାରାଦଣ୍ଡ ଶୁଣାଇପାରନ୍ତି ।

ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ମାମଲାର ଶୁଣାଣି ଜାନୁଆରି ୯ ରେ ଶେଷ ହୋଇଥିଲା, ଯେଉଁଥିରେ ୫୦ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା।

୯ ଅଗଷ୍ଟ ୨୦୨୪ରେ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର.ଜି କରରେ ଜଣେ ପ୍ରଶିକ୍ଷକ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ଅପରାଧୀ ପ୍ରଥମେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ ଗଳା ଚିପି ମାରିଦେଇଥିଲେ।

Leave a Reply

Your email address will not be published. Required fields are marked *