ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) । ବିସିସିଆଇର ନୂଆ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନେ ସେମାନଙ୍କ ସ୍ତ୍ରୀଙ୍କ ସହିତ ରହିପାରିବେ ନାହିଁ । କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହୁଏ ତେବେ ଖେଳାଳିଙ୍କୁ ସେମାନଙ୍କ ପରିବାର ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ । ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ଦିଆଯିବ । ଏଥିସହିତ ସିରିଜ ପାଇଁ ସମସ୍ତ ଖେଳାଳିଙ୍କୁ ବସରେ ହିଁ ଯାତ୍ରା କରିବାକୁ ପଡ଼ିବ । କେବଳ ଏତିକି ନୁହେଁ ସିରିଜ ପାଇଁ ଯାତ୍ରା କରୁଥିବା ସମୟରେ ଖେଳାଳି ନେଉଥିବା ସାମଗ୍ରୀ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ । Post navigation ରାଜ୍ୟରେ ଘନ କୁହୁଡି ପାଇଁ ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ