ଭୁବନେଶ୍ବରରେ ଜବରଦଖଲ ଉଚ୍ଛେଦ। ପ୍ରବାସୀ ଭାରତୀୟ ଦିବସ ପାଇଁ ସହରକୁ ସୁନ୍ଦର କରାଯାଉଛି। ତେଣୁ ଆଜି ଆଚାର୍ଯ୍ୟ ବିହାରରୁ ବାଣୀ ବିହାର ମଝିରେ ରାସ୍ତା କଡ଼ରେ ଥିବା ଜବରଦଖଲକରି ରହିଥିବା ଫଳ ଦୋକାନ, ଟିକେଟ ବୁକିଂ କେନ୍ଦ୍ର, ବହି ଦୋକାନ, ଚା ଷ୍ଟଲ, ହୋଟେଲ, ଘର ଆଦିକୁ ହଟାଉଛି ପ୍ରଶାସନ । ସକାଳୁ ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚି ଜବରଦଖଲକୁ ଉଚ୍ଛେଦ କରିଛି । ଏହାରି ମଧ୍ୟରେ ରାସ୍ତା ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ବେଳେ ବସ୍ତି ବାସିନ୍ଦାଙ୍କ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି।

ବସ୍ତି ବାସିନ୍ଦା ଅଭିଯୋଗ ଅନୁସାରେ ପ୍ରଥମେ ଥଇଥାନ ନ କରି କାହିଁକି ଉଚ୍ଛେଦ ପାଇଁ ବାଧ୍ୟ କରାଯାଉଛି । ଏହା ସହ ଘର ଭାଙ୍ଗିବାକୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ବିଏମସି ଟିମ୍ ଗୋର୍ ୫ଟାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି  । ସକାଳୁ ସକାଳୁ ଏନଫୋର୍ସମେଣ୍ଟ ଟିମ୍ ସବୁ ଦୋକାନଠୁ ଆରମ୍ଭ କରି ଘରେଥିବା ଜିନିଷକୁ ବାହାରକୁ ଟେକିନେଇଥିଲେ । ଏହି ସମୟରେ ଆମେ ପିଲାଛୁଆଙ୍କୁ ନେଇକି ଶୀତରେ କୁଆଡେ ଯିବୁ ବୋଲି କହି ବସ୍ତି ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *