ରାଜନୈତିକ ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ। ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ବର୍ଷିଛି ବିଜେଡି। ବହିରେ ଥିବା ତଥ୍ୟ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଦୀର୍ଘବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି ରୁବେନ୍‌ ବାନାର୍ଜୀ । ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି। କିନ୍ତୁ ସେ କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ନେଇ ନାହାନ୍ତି। ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା । ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି । ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ ।

ଅରୁଣ ସାହୁ ଆଉ ମଧ୍ୟ କହିଛନ୍ତି; ରୁବେନ ଏହି ବହି ଲେଖି କୌଣସି ପ୍ରଶଂସାମୁଳକ କାର୍ଯ୍ୟ କରିନାହାନ୍ତି । ବଂର ସେ ଏକ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ନକରି କିମ୍ବା କଥା ନହୋଇ ତାଙ୍କ ବିରୋଧୀଙ୍କ ମତକୁ ନେଇ ସେ କେବଳ ବହି ଲେଖିଛନ୍ତି ।

ସୂଚନା ଯୋଗ୍ୟ; ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ପାଇଁ କିପରି କସରତ ଚାଲିଥିଲା ଏବଂ ସେଥିରେ ପାଣ୍ଡିଆନଙ୍କ ଭୂମିକା କଣ ଥିଲା ତାହା ଉଲ୍ଲେଖ କରିଛନ୍ତି ରୁବେନ। ସେପଟେ ପ୍ରଚାର ବେଳେ ବିଜେଡିରେ କିପରି ନେତାଙ୍କୁ ଅଣଦେଖା କରାଯାଉଥିଲା ସେକଥା ବିସ୍ତୃତ ଭାବେ ଲେଖିଛନ୍ତି ରୁବେନ। ଏହା ସହ ବହିରେ ଲେଖିଛନ୍ତି ପାଣ୍ଡିଆନ ମେଣ୍ଟ ଚାହୁଁଥିଲେ କିନ୍ତୁ ବିଜେପି ମନା କରିଥିଲା।

Leave a Reply

Your email address will not be published. Required fields are marked *