ଅମଳ ସମୟରେ ଦାଉ ସାଜୁଛି ଲଗାଣ ବର୍ଷା। ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ କ୍ଷେତରେ ଧାନ ବିଡା ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଧାନ ମଣ୍ଡିରେ ବି ଧାନ ଭିଜି ଯାଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ୩ ଦିନ ଭିତରେ ଅଦିନିକିଆ ବର୍ଷାର କ୍ଷୟକ୍ଷତି ଆକଳନ ସରିବା ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ କହିଛନ୍ତି ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କର ଅନେକ କ୍ଷତି ହୋଇଛି। ତିନିରୁ ଚାରି ଦିନ ଭିତରେ କ୍ଷୟକ୍ଷତି ଆକଳନ ସାରି ପଞ୍ଚମ ଦିନରେ ଚାଷୀଙ୍କୁ କ୍ଷତିପୂରଣ ରାଶି ଦେବୁ । କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛୁ । ସଂପୂର୍ଣ୍ଣ ନଷ୍ଟ ହୋଇ ନ ଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା କରାଯିବ । ତେବେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ଏହାର ଆକଳନ କରାଯାଇ କ୍ଷତିପୂରଣ ରାଶି ଦିଆଯିବ । ବନ୍ୟା, ବାତ୍ୟା ଆସିଲେ ଏହାର କ୍ଷତି ରାଜ୍ୟ ସରକାର ଭରଣା କରିବେ । ଯେଉଁମାନେ ଫସଲବୀମା କରିଥିବେ ସେମାନେ ବି ସହାୟତା ପାଇବେ ।

Leave a Reply

Your email address will not be published. Required fields are marked *