ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ମିଳିଲା ଆଶ୍ବସ୍ତି । ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ଆଜି ବ୍ରହ୍ମପୁର ଜେଏମଏଫସି ସ୍ୱତନ୍ତ୍ର ବିଧାୟକ, ସାଂସଦ ଅଦାଲତରେ ହଜାର ହେଲେ ଦୁଇଜଣ ଅଭିଯୋଗକାରୀଙ୍କ ସହ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଏହି ଘଟଣା ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ ।

ଏହା ପରେ ଗଣମାଧ୍ୟମକୁ ସାଂସଦଙ୍କ ବିରୁଦ୍ଧରେ ଟାଟା ମୋଟର୍ସ ସମ୍ପର୍କିତ ମାମଲାରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ । ସେ କହିଛନ୍ତି ଜେଏମ୍‌ଏଫ୍‌ସି କୋର୍ଟରେ ୨ ଜଣ ଅଭିଯୋଗକାରୀ ପ୍ରତ୍ୟାହାର ପାଇଁ କହିଛନ୍ତି ।  ପ୍ରଶାସନ ଓ ବିଜେଡି ଚାପରେ ଏତଲା ଦେଇଥିବାର ସେ ସ୍ୱୀକାର କରିଛନ୍ତି ।  ଗୋଳନ୍ଥରା ଥାନାରେ ଏତଲା ଲେଖି ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା । ଏତଲା ଲେଖାଯାଇ ଦସ୍ତଖତ କରିବାକୁ ଚାପ ପକାଯାଇଥିଲା ଓ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଟଙ୍କା ନେଣଦେଣ ହୋଇ ନ ଥିବା କହିଛନ୍ତି ।

 

Leave a Reply

Your email address will not be published. Required fields are marked *