ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଜାନୀ କର । ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। କନିଷ୍ଠ କିରାଣୀ ଦେବଜାନୀଙ୍କର ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ କରାଯାଉଛି ।  ତାଙ୍କଠାରୁ ନଗଦ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ଏପର୍ଯ୍ୟନ୍ତ ୧୨.୮ ଲକ୍ଷ୍ୟ ତାଙ୍କ ଜବତ କରିଛି ଭିଜିଲାନ୍ସ। ଦେବଜାନୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ପଚରା ଉଚରା କରୁଛି ଭିଜିଲାନ୍ସ।

ଏହା ସହ ଆଇଜିଆର କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କୁ ସନ୍ଦେହ ଘେରରେ ରଖାଯାଇ ସମସ୍ତଙ୍କୁ ତଦନ୍ତ ପାଇଁ ଡକାଯାଇଥିବା ସୂଚନା ମିଳିଛି

ସୂଚନା ଯୋଗ୍ୟ; ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା । ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ।

Leave a Reply

Your email address will not be published. Required fields are marked *