ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସ୍ବତନ୍ତ୍ର ବିମାନ ଯୋଗେ ୧ଟା ୧୫ରେ ଆସି ପହଞ୍ଚିଛନ୍ତି ଶାହ । ସେଠାରୁ ସ୍ବତନ୍ତ୍ର କାରକେଡ ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କାରକେଡ ଲୋକସେବା ଭବନରେ ପହଞ୍ଚି ଡିଜିପି ସମ୍ମିଳନୀକୁ ଉଦଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

୩ ଦିନ ଧରି ଚାଲିବ ଏହି ଡିଜିପି/ଆଇଜିପି ସମ୍ମିଳନୀରେ । ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି। ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଜାତୀୟ ସ୍ତରର ବରିଷ୍ଠ ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *