ଆୟକର (ଆଇଟି) ଅଧିକାରୀମାନେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ଖଣି କମ୍ପାନୀର ଅନେକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ। ସୂଚନା ଅନୁଯାୟୀ , ଜୋଦାର ଏସ୍. ଏନ୍. ମୋହନ୍ତୀ ଗ୍ରୁପ୍ ଏବଂ କେଉଁଝରର ବଡ଼ବିଲ ସହିତ ଜଡିତ ଅନେକ ସ୍ଥାନରେ ଚଢ଼ଉ ଚାଲିଛି। ଏହା ବ୍ଯତୀତ ଭୁବନେଶ୍ୱରରେ ଥିବା କମ୍ପାନୀର କର୍ପୋରେଟ ମୁଖ୍ୟାଳୟରେ ମଧ୍ଯ ଚଢ଼ାଉ କରାଯାଉଛି। ବଡ଼ବିଲରେ ଥିବା କମ୍ପାନୀର କାର୍ଯ୍ୟାଳୟ , ନ୍ୟୁ ଫରେଷ୍ଟ ପାର୍କ କଲୋନୀରେ ଥିବା ଏମ୍ଡି ପ୍ରବୋଧ ମୋହନ୍ତୀଙ୍କ ଘର ଏବଂ ଭୁବନେଶ୍ୱରର ଫରେଷ୍ଟ ପାର୍କରେ ଥିବା କର୍ପୋରେଟ ମୁଖ୍ୟାଳୟ ରେ ଆଇଟି ଚଢ଼ାଉ ଜାରି ରହିଛି। ଆଇଟି ବିଭାଗର ମୋଟ ଛଅଟି ଦଳ ଏହି ଚଢ଼ାଉରେ ସମ୍ପୃକ୍ତ ଅଛନ୍ତି ଏବଂ କମ୍ପାନୀର ବିଭିନ୍ନ ଡକ୍କ୍ୟୁମେଣ୍ଟ ଯାଞ୍ଚ କରୁଛନ୍ତି। କମ୍ପାନୀର କୋଲକାତାରେ ଏକ କାର୍ଯ୍ୟାଳୟ ଅଛି ଏବଂ ସେଠାରେ ଆଇଟି ସର୍ଚ୍ଚ ମଧ୍ଯ ଚାଲିଛି। ଆୟକର ଫାଙ୍କି ଅଭିଯୋଗରେ ଆଇଟି ବିଭାଗର ଅଧିକାରୀମାନେ ଖଣି କମ୍ପାନୀର ଏମ୍ଡି ଏବଂ ଅନ୍ଯ ବରିଷ୍ଠ ଅଧିକାରୀମାନଙ୍କୁ ପଚରାଉଚରା କରୁଛନ୍ତି। Post navigation ନୌସେନା ଦିବସରେ ପୁରୀରେ ୧୦ ଦିନିଆ ସାମୁଦ୍ରିକ ମାଛଧରା ନିଷେଧାଦେଶ ଜାରି ବିଧାନସଭାରେ ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ଯମନ୍ତ୍ରୀ ମାଝୀ