ଆସନ୍ତା ନୌସେନା ଦିବସ ପାଳନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ପୁରୀ ଉପକୂଳରେ ବଙ୍ଗୋପସାଗରରେ ୧୦ ଦିନିଆ ମାଛଧରା ନିଷେଧାଦେଶ ଜାରି କରିଛି। ଏହି କଟକଣା ନଭେମ୍ବର ୨୬ରୁ ଡିସେମ୍ବର ୫ ପର୍ଯ୍ଯନ୍ତ ବଳବତ୍ତର ରହିବ।

ପୁରୀ ସାମୁଦ୍ରିକ ମତ୍ସ୍ଯ ଅଧିକାରୀ ରମେଶ ରାଉଳ କହିଛନ୍ତି ଯେ ବର୍ତ୍ତମାନ ମାତ୍ର ୫ ପ୍ରତିଶତ ମତ୍ସ୍ଯଜୀବୀ ସମୁଦ୍ରକୁ ବାହାରିଛନ୍ତି ଏବଂ ସେମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଯ ମତ୍ସ୍ଯଜୀବୀମାନଙ୍କୁ ଡିସେମ୍ବର ୫ ତାରିଖ ପର୍ଯ୍ଯନ୍ତ ସମୁଦ୍ରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଡିସେମ୍ବର ୪ ରେ ୨୪ ଟି ଯୁଦ୍ଧ ଜାହାଜ, ୪୦ଟି ବିମାନ, ହେଲିକପ୍ଟର ଏବଂ ଲଢୁଆ ବିମାନ ଭାରତୀୟ ନୌସେନାର ସାମୁଦ୍ରିକ ସାମର୍ଥ୍ଯ ପ୍ରଦର୍ଶନ କରିବେ। ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ।

ତେବେ ମାଛ ଧରିବା ଉପରେ ଲାଗୁ ହୋଇଥିବା ଦଶ ଦିନିଆ ନିଷେଧାଦେଶ ଯୋଗୁଁ ସ୍ଥାନୀୟ ମତ୍ସ୍ଯଜୀବୀମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏହା ସେମାନଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବ। ପୁରୀ ଜିଲ୍ଲା ମତ୍ସ୍ଯଜୀବୀ ସଂଘର ସଭାପତି ବାବୁଲା ପ୍ରସାଦ କହିଛନ୍ତି ଯେ ଏହି ସମୁଦ୍ରକୂଳରେ ୫୦୦୦୦ ରୁ ଅଧିକ ମତ୍ସ୍ଯଜୀବୀ ବାସ କରନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସାମୁଦ୍ରିକ ମତ୍ସ୍ଯଚାଷ ଉପରେ ନିର୍ଭର କରନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *