ଆସନ୍ତାକାଲି ଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁଯାଉଛି । ଏହା ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ଚଳତବର୍ଷ ଶୀତକାଳୀନ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇପାରନ୍ତି। ତେଣୁ ଆଜି ବସିଥିବା ସର୍ବଦଳୀୟ ବୈଠକରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରରେ ପରିଚାଳନା ଲାଗି ବୈଠକରେ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗ ଦେଇଛନ୍ତି। ଏହି ସମୟରେ ଗୃହରେ ସରକାରୀ କାର୍ଯ୍ୟକ୍ରମ ବାବଦରେ ସବୁ ବିେରାଧୀ ଦଳର ନେତାଙ୍କୁ ଅବଗତ କରାଯାଇଛି। ଏହାର ଗୁରୁତ୍ୱ ଏବଂ ବିଧାୟକ ପାରିତ ହେବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ସମସ୍ତ ସଦସ୍ୟଙ୍କୁ ଜଣାଇଛନ୍ତି। ବାଚସ୍ପତି ଏହାର ଅଧ୍ୟକ୍ଷତା କରିଛନ୍ତି। ଅନ୍ୟପଟେ ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ପ୍ରଥମ ଦିନ ହିଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ସରକାରଙ୍କ ପ୍ରଥମ ଅତିରିକ୍ତ ବଜେଟ ହେବ। ଏହା ପୂର୍ବରୁ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ସରକାର। Post navigation ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ ଯାଜପୁରରେ କ୍ରାଇମ୍ବ୍ରାଞ୍ଚ ଟିମ୍ ଗଞ୍ଜେଇ ଚାଷର ମୂଳପୋଛ ପାଇଁ ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ