କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୧୬ରୁ ୪୦କୁ ବଢ଼ିବ । କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ଯକ୍ଷା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି। ଖୁବଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ୍ ହେବ ବୋଲି ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଅର୍ଥାତ୍ ୧୯ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସାଂସଦଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ୍ କସ୍ ଆସୁଛି। ଏବେ ଯେତିକି ବେଡ୍ ରହିଛି, ପ୍ରତ୍ୟେକ ବେଡ୍ରେ ଦୈନିକ ୩ଟି ସିଫ୍ଟରେ ଡାଇ ଇଲେସିସ କରାଯାଉଛି। ଏହାକୁ ଦୈନିକ ୪ ସିଫ୍ଟକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଅର୍ଥାତ ୪ଟି ସିଫ୍ଟରେ ଡାଇଲେସିସ କରାଯିବ। ସେହିପରି ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ଯ ଏ ଏସ୍ ଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରିବାକୁ ନିଷ୍ପଭି ହୋଇଛି। ଏହା ସହିତ ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଯଥାଶୀ ଶୀଘ୍ର ସାରିବାକୁ ମଧ୍ଯ ଆରଏଣ୍ଡବି ବିଭାଗକୁ କୁହାଯାଇଛି। ତେବେ ଦୈନିକ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବାବେଳେ କିପରି ରୋଗୀ ସେବା ସଠିକ୍ ଯୋଗାଇ ଦିଆଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି। Post navigation ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା; ପ୍ରକାଶ ପାଇଲା କାର୍ଯ୍ୟସୂଚୀ