ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର ।୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ଔଷଧ ନିଗମର ସମୀକ୍ଷା ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍‌ ଗଠନ ହୋଇଛି । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଏହା ସହ ଔଷଧ ନିଗମର ସମୀକ୍ଷା ବୈଠକରେ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଔଷଧ ନିଗମର ଔଷଧ ଠିକଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ , ନିରାମୟରେ ଯଥେଷ୍ଟ ଔଷଧ ଅଛି ନା ନାହଁ, ଔଷଧ, ନାପକିନ୍‌ କିପରି ସ୍କୁଲ୍‌ରେ ପହଞ୍ଚିବ ତା ଉପରେ ଗୁରୁତ୍ବ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *