ଆଜି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଦିଲ୍ଲୀ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।୨୦ ଫୁଟ ଉଚ୍ଚ ଓ ୩ ହଜାର କିଲୋ ଓଜନର ପ୍ରତିମୂର୍ତ୍ତି ।କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ଅବସରରରେ ନିଜ ଉଦବୋଧନରେ ଅମିତ୍ ଶାହ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡା ଏକ ଛୋଟ ଗାଁରେ ଆଜି ଦିନରେ ହିଁ ଜନ୍ମ ହୋଇଥିଲେ । ଆଜି ତାଙ୍କର ୧୫୦ ତମ ଜନ୍ମ ଦିବସ । ଏହି ବର୍ଷକୁ ଆଦିବାସୀ ଗୌରବ ଦିବସ ଭାବରେ ପାଳନ କରାଯିବ ।

ସେ ଆଉ ମଧ୍ୟ କହିଥିଲେ, ୧୮୭୫ ମସିହାର ମାଧ୍ୟମିକ ଶିକ୍ଷା ଗ୍ରହଣ ବେଳେ ବିର୍ସା ମୁଣ୍ଡା ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇଥିଲେ। ଯେତେବେଳେ ସାରା ଦେଶର ଦୁଇ ତୃତୀୟାଂଶ ଇଂରେଜଙ୍କ ଦ୍ବାରା ଶାସିତ ହେଉଥିଲା, ସେତେବେଳେ ସେ ସାହସ ଦେଖାଇଥିଲେ। ଧାର୍ମାନ୍ତରୀକରଣ ବିରୋଧରେ କଡ଼ା ସ୍ବର ଉଠାଇଥିଲେ ।

ଅନ୍ୟପଟେ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ସରାୟ କାଲେ ଖାଁ ଆଇଏସବିଟି ଛକର ନାଁ ବଦଳା ଯାଇ ଭଗବାନ ବିର୍ସା ମୁଣ୍ଡା ଛକ ନାମକରଣ କରାଯାଇଛି ।

Leave a Reply

Your email address will not be published. Required fields are marked *