ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରିଛି ମଧୁ ସ୍ମୃତି ପରିଷଦ । ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଲା ବିଜେପି ତେବେ ସ୍ବାଭିମାନୀ ପୁରୁଷଙ୍କୁ ଅବହେଳା କରୁଛନ୍ତି କାହିଁକି? ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଲୋକଙ୍କୁ ଦିଅନ୍ତୁ ବୋଲି କହିଛି ପରିଷଦ । ମହାପୁରୁଷ ଙ୍କ ଅବମାନନା ପାଇଁ ବିଜେପି ସରକାର ଶାସନରୁ ବି ଯିବ ବୋଲି କହିଛି ପରିଷଦ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମିର ଉନ୍ନତିକରଣ ପାଇଁ ବର୍ଷେ ତଳେ ନବୀନ ପଟ୍ଟନାୟକଙ୍କ ସରକାର ୨୩ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟ ଆରମ୍ଭ ପାଇଁ ପୂର୍ବତନ ସରକାର ପଦକ୍ଷେପ ନେଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିଲା ନାହିଁ । ୬ ଏକର ଜମିରେ ଉନ୍ନତିକରଣ କାର୍ଯ୍ୟ ଓବିସିସି କର୍ପୋରେସନକୁ ଦାୟିତ୍ବ ଦିଆଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଏବେ ମଧ୍ୟ ୨୩ କୋଟି ୧୪ ଲକ୍ଷ ଟଙ୍କା ଓବିସିସି ପାଖରେ ପଡି ରହିଛି । ପ୍ରଶାସନିକ ଓ ରାଜନୈତିକ ଇଛା ଶକ୍ତିର ଅଭାବ ଯୋଗୁଁ ମଧୂସୁଦନ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁ ନାହିଁ ନା କି ଜମି ଅଧିଗ୍ରହଣ ହୋଇପାରୁଛି । ରମାଦେବୀ ନିର୍ମାଣ କରିଥିବା ଅନୁଷ୍ଠାନର ପୂନରୁଦ୍ଧାର ହେତୁ ପୂର୍ବ ସରକାର କସ୍ତୁରବା ବାଳାଶ୍ରମର ନିର୍ମାଣ ପାଇଁ ମଧ ୫ କୋଟି ଟଙ୍କା ମଞ୍ଜୁର କରିଥିଲେ। କଟକ ଜିଲ୍ଲାର ଅଣ ଓଡ଼ିଆ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ତୁରନ୍ତ ବଦଳି ସହ ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛି ମଧୁ ସ୍ମୃତି ପରିଷଦ। ନହେଲେ ଓଡ଼ିଆ ଅସ୍ମିତା ପାଇଁ ଲଢେଇ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ମଧୁ ସ୍ମୃତି ପରିଷଦ | Post navigation ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ରୁ ମାଟ୍ରିକ ପରୀକ୍ଷା ୨୦୨୫ ର ଘୋଷଣା