କଟକ କାଳୀ ମେଢ଼ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। କଟକ ସ୍ଥିତ ଚାନ୍ଦନୀଚୈାକ ରୟାଲ ଗାର୍ଡେନ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛନ୍ତି । ଏହାସହ ଉଭୟ ପକ୍ଷ ମଧ୍ୟରେ ଢେଲା ପଥର ଓ କାଚ ମାଡ ହୋଇଥିବା ଦେଖିବାକୁ ମିଳିଛି । ଏହି ମାରପିଟ ୫-୬ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଲାଲବାଗ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ଯାହାର ଭିଡ଼ିଓ ଏବେ ଚାରିଆଡ଼େ ଭାଇରାଲ ହେବାକୁ ଲାଗିଛି । ସୂଚନା ଅନୁସାରେ କଟକର ମହମ୍ମଦିଆ ଅଂଚଳର କିଛି ଯୁବକ କାଳୀ ମେଢ ବିସର୍ଜନ କରି ଘରକୁ ଫେରୁଥିବା ସମୟରେ ଚାନ୍ଦିନୀଚୈାକ ହସିନାବାଗ ଅଂଚର କିଛି ଯୁବକଙ୍କ ସହ ପାଟିତୁଣ୍ଡ ଲାଗିଥିଲା । ଯାହା ଧିରେ ଧିରେ ଭୟଙ୍କର ରୂପ ନେଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ଓ ଗଣ୍ଡଗୋଳ ଲାଗିଥିଲା । ଏହାସହ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଢେଲା ପଥର ଓ କାଚ ମାଡ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ୫ ରୁ ୬ ଜଣ ଆହତ ହୋଇଥିବା ଜଣାପଡିିିଛି । ତେବେ ଏଯାଏଁ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ଲାଲବାଗ ପୋଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଏଥିରେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ଟି ବାଇକ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । Post navigation ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜିଠାରୁ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ