ଆଜି ବାଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁଷୁରା, ବେଲପଡ଼ା, ପାଟଣାଗଡ଼ ଏବଂ ବଲାଙ୍ଗିରରେ ଆୟୋଜିତ ସମୁଦାୟ ୬ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଜିଲ୍ଲାରେ ୫୯୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସମୁଦାୟ ୮୩ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ୬୬ କୋଟିର ତୁଷୁରା ଉଡାଜାହଜ ପଡିଆରେ ପହଞ୍ଚି ଉଡାଜାହଜ ପଡିଆକୁ ୨ବି ବର୍ଗରେ ସାମିଲ କରିବା ସହିତ ଏହାର ଶିଳାନ୍ୟାସ କରିବ। ସେଠାରୁ ବେଲପଡା ବ୍ଲକ କ୍ରିକେଟ ପଡିଆରେ ୩୦୧ କୋଟିର ଅପରଲାନ୍ଥ ଜଳ ସେଚନ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ଏହାପରେ ପାଟଣାଗଡ଼ ଆସି ଡାକ୍ତରଖାନର ଡାଇଲେସିସ ସେଣ୍ଟର ଓ ୧୧୮ କୋଟିର ବାଇପାସ ରାସ୍ତାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ବଲାଙ୍ଗିରରେ ସର୍କିଟ ହାଉର ନୂତନ କୋଠାର ଉଦଘାଟନ କରିବେ । ଏହାପରେ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଜିଲ୍ଲା ପ୍ରତିଷ୍ଠା ଉତ୍ସବ ‘ବଲାଙ୍ଗିର ଦିନ୍’ କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ ଉତ୍କଳ ପ୍ରାଦେଶିକ ବନ୍ଧୁମିଳନରେ ଅତିଥି ଭାବେ ଯୋଗଦେଇ ସର୍କିଟ ହାଉସ୍ ଫେରି ରାତ୍ରିରହଣି କରିବେ । ଏହି ସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଦୁଇଶହରୁ ଅଧିକ ପୋଲିସ ଅଫିସର ମୁତୟନ ହୋଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ସମେତ ବଲାଙ୍ଗିର ଜିଲ୍ଲାର କିଛି ବିଧାୟକ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି । Post navigation ୱେବସାଇଟରୁ ଅଦିନିଆ ସ୍ନାନ ଯାତ୍ରା ତଥ୍ୟ ହଟାଇଲା ଇସ୍କନ କିନ୍ତୁ ରଥଯାତ୍ରା ପାଇଁ ତଥ୍ଯ ନାହିଁ ଗତକାଲି ରାଜଧାନୀରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣ ଅଟକ