ମୋହନ ସରକାରଙ୍କ ସଫଳତା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ। ୨୪ ବର୍ଷ ଶାସନରେ ରହି କେବେ ହାରିବାର ସ୍ୱାଦ ଚାଖିନଥିବା ବିଜେଡି ଆଜି କ୍ଷମତାଚ୍ୟୁତ ହୋଇଛି। ଏପରିକି ଦଳର ମୁଖିଆ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଇ ଦଳର ସଦସ୍ୟ ବିଜେପି ମୁହାଁ ହେଉଛନ୍ତି। ଫଳରେ ବିଜେଡି ପାଇଁ ସଦସ୍ୟ କମ ପଡିଛନ୍ତି। ମାତ୍ର ୫ ମାସର ସରକାର ଉପରେ ଲୋକଙ୍କ ଅତୁଟ ବିଶ୍ୱାସ ଓ ଆଶା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ନୁହେଁ ତ ଆଉ କଣ।

ଏ ତ ସାଧାରଣ ନିର୍ବାଚନର ଝଲକ ମାତ୍ର। ପୁଣି ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ଏଥିପାଇଁ ଉଭୟ ସରକାର ଓ ବିରୋଧୀ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏସବୁ ଭିତରେ ସରକାରଙ୍କ ସଫଳତାକୁ ସ୍ୱୀକାର କରିବାକୁ ବିଜେଡି ନାରାଜ। ସେ ମଧ୍ୟ ପାରୁ ପର୍ଯ୍ୟନ୍ତ ତାର ଚେଷ୍ଟା ଜାରି ରଖିଛି ଓ ଆଗକୁ ମଧ୍ୟ ଜାରି ରଖିବ। ତୁଙ୍ଗ ନେତାଙ୍କୁ ହରେଇ ବିଜେଡିର ମୂଳଦୁଆ ଦୋହଲିଯାଇଛି। ତଥାପି ନିଜ ଶକ୍ତି ପ୍ରଦର୍ଶନ କରିବାରେ ବ୍ୟସ୍ତ ବିଜେଡି।

ଖୁବ କମ ଦିନରେ ମୋହନ ସରକାର ଲୋକଙ୍କ ପାଇଁ ଆଗାମୀ ୧୦ ବର୍ଷର ରୋଡମ୍ୟାପ ପ୍ରସ୍ତୁତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଲୋକ ମଧ୍ୟ ‘ଜନତାଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ତାଙ୍କୁ ପାଖରେ ପାଇବାରୁ ଓଡ଼ିଶାରେ ବୈପ୍ଲବିକ ପରିବର୍ତ୍ତନର ଆଶା ରଖିଛନ୍ତି। କାରଣ ସେ ଲୋକଙ୍କ ଉନ୍ନତି ପାଇଁ କୌଣସି ଅଫିସର, ଅମଲାଙ୍କ ଉପରେ ଭରସା କରିନାହାନ୍ତି। ନିଜେ ହିଁ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି।

ସର୍ବୋପରି ନିକଟରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଚଳିତ ବର୍ଷ ନଭେମ୍ବର ୧୫ରୁ ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ବର୍ଷବ୍ୟାପୀ ପାଳନ କରିବାକୁ ନେଇଥିବା ନିଷ୍ପତ୍ତି ମହାପୁରୁଷଙ୍କ ପ୍ରତି ସମ୍ମାନର ଉଦାହରଣ। ଏଥିସହ ବିଜେଡିର ଆକ୍ଷେପକୁ ମଧ୍ୟ ଭୁଲ ପ୍ରମାଣିତ କରିଛି। ଆଦିବାସୀଙ୍କ ଉନ୍ନତି ପାଇଁ ଲଢେଇ ଜାରି ରଖିଥିବା ବିର୍ସା ମୁଣ୍ଡାଙ୍କ ପ୍ରତି ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବା ସହ ସରକାର ଆଦିବାସୀଙ୍କ ବିଶ୍ୱାସ ଜିତିପାରିଛନ୍ତି। ଏହା ବିଜେଡି ପାଇଁ ବ୍ୟାଡ ନ୍ୟୁଜ। ବିଜେଡିର ନିଜର ଗଡ଼ ଭୁଶୁଡିଲାଣି, ହେଲେ ଅନ୍ୟକୁ କଟାକ୍ଷ କରିବା ଛାଡ଼ୁନି।

By Nirvay

Leave a Reply

Your email address will not be published. Required fields are marked *