ଗତକାଲି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ ପ୍ରଣବ ପ୍ରକାଶ ଦାସ କହିଥିବା ନିର୍ବାଚନ ଲଢିବା ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ସ୍ପଷ୍ଟିକରଣ ରଖିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ସେ କହିଛନ୍ତି ମୋର ଇସ୍ତଫା ଦେବାର ନାହିଁ ତେଣୁ ଉପନିର୍ବାଚର ପ୍ରଶ୍ନ ଉଠୁନାହିଁ । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ। ବାବିଦାସ ଯାଜପୁର ପାଇଁ ଲଢ଼ିବେ ବୋଲି କହିଛନ୍ତି, ଉପନିର୍ବାଚନରେ ନୁହେଁ’ । ସୂଚାଯୋଗ୍ୟ; ଗତକାଲି ବବି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ କହିଥିଲେ ଯେ, ଆପଣମାନେ ଯଦି ଚାହିଁବେ ତେବେ ମୁଁ ପୁଣି ଯାଜପୁର ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଅଛି। କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ବବି ଦାସ ଏଥର ନିର୍ବାଚନରେ ନିଜେ ସମ୍ବଲପୁର ଲୋକସଭାରେ ପ୍ରାର୍ଥୀ ହୋଇ ନିଜ ବିଧାନସଭା ନିର୍ବାଚନ ମଣ୍ଡଳି ଯାଜପୁରରେ ସୁଜାତା ସାହୁଙ୍କୁ ଛିଡା କରି ଜିତିଇଥିଲେ। Post navigation ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ ୮୦୦ ଟଙ୍କା ବୋନସ ଦେଇ ଲୋକଙ୍କଠୁ ଧାନ କିଣିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ