ମାଲକାନଗିରିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏମ୍‌ଭି-୩ BSF ପଡ଼ିଆରେ ହେଲିକପ୍ଟରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ସଚିବ । ମାଲକାନଗିରିରେ ଆକାଶ ମାର୍ଗରେ ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସୂଚନଯୋଗ୍ୟ; ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ଅନେକ ଅଂଚଳକୁ ଏବେ ବି ଯୋଗାଯୋଗ ବିଛିନ୍ନ ରହିଛି । ଏବେ ସ୍ଥିତି ସାମାନ୍ୟ ସୁଧୁରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦ ଟଳିନି । ପୂର୍ବରୁ ମାଲକାନଗିରିରେ ପରିସ୍ଥିତି ମୁକାବିଲା ପାଇଁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦେଇଥିଲେ।

Leave a Reply

Your email address will not be published. Required fields are marked *