କାଳିଆ ଯୋଜନା ନାଁରେ ମଧ୍ୟ ଅନିୟମିତତା ହୋଇଛି। ଅଯୋଗ୍ୟ କାଳିଆ ହିତାଧିକାରୀ ୭୮୨ କୋଟି ଟଙ୍କା ନେଇଯାଇଛନ୍ତି। କାଳିଆ ନେଇ ସିଏଜି ରିପୋର୍ଟରେ ଆଖି ତରାଟି ହୋଇଗଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି। ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଗୋଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ। ପରେ ଡାଟାବେସ୍‌ ବିଶ୍ମେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ, ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇ ଯାଇଥିଲେ। ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମୋଟ ୭୮୨ କୋଟି ନେଇଯାଇଥିଲେ। ସେହିଭଳି ତାଲିମ ନଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ। ୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ମଧ୍ୟ ପାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *