ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଚାଲିଥିବା ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ସହିଦ ଆର୍ମି କ୍ୟାପ୍ଟେନ ହେଲେ କ୍ୟାପ୍ଟେନ ଦୀପକ ସିଂହ । ଏହି ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଡୋଡାର ଶିବଗଡ-ଅସାରର ଜଙ୍ଗଲିଆ ଅଞ୍ଚଳରେ ୪ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ମିଳିତ ସୁରକ୍ଷା ଦଳ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରିଯାଇଥିଲା। କ୍ୟାପଟେନ ଦୀପକ ସିଂହଙ୍କ ନେତୃତ୍ୱରେ ଏହି ଅପରେସନକୁ କରାଯାଇଥିଲା। ସେ ନିଜର ୟୁନିଟ ସହ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ଯବାନମାନେ ପାଲଟା ଗୁଳି ଚଳାଇଥିଲେ।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ କ୍ୟାପ୍ଟେନ ଦୀପକ ସିଂହ ସହିଦ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇଥିବାରୁ ଏବେ ବି ମଧ୍ୟ ଡୋଡାରେ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *