ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ହେଇଛନ୍ତି ବିଜେଡିର ମୁଖପାତ୍ର ଚିନ୍ମୟ ସାହୁ। ସେ କହିଛନ୍ତି ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ ନିଆଯାଇଥିଲା ।୨୦୨୦ରେ ବଳିଷ୍ଠ ପଦକ୍ଷେପ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିରପେକ୍ଷ ଓ ଦୁର୍ନୀତିମୁକ୍ତ ନିଯୁକ୍ତି ପାଇଁ ହୋଇଥିଲା ବ୍ୟବସ୍ଥା । କିନ୍ତୁ ବିଜେପି ଶାସିତ ରାଜ୍ୟରେ କରପ୍ଟ ସିଣ୍ଡିକେଟ୍ ଚାଲିଛି । ଏଥିରେ ପରିବର୍ତ୍ତନ ଆସିଲେ ବିଭ୍ରାଟ ଆସିବ ।

ସୂଚନା ମୁତାବକ: ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାନୁଷ୍ଠାନ ଗୁଡିକର ସ୍ୱାୟଭତାକୁ ସୁରକ୍ଷିତ ରଖିବାକୁ ଚିଠିରେ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *