ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି । ଭିଜିଲାନ୍ସର ୯ ଜଣିଆ ଟିମ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରଖିଛି ।.ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଚର ସାମିଲ ଥିଲେ। ଯନ୍ତ୍ରୀଙ୍କ ଘରୁ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ପାସବୁକ, ଏଟିଏମ୍ କାର୍ଡ, ଏକାଧିକ ପ୍ଲଟ୍, ଜମି କାଗଜପତ୍ର ଠାବ ହୋଇଛି । ଘରୁ ମିଳୁଛି ଅଚଳ ହୋଇଥିବା ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ । କେବଳ ଏତିକି ନୁହେଁ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ୧୦୦ରୁ ଅଧିକ ପ୍ଲଟ ଥିବା ଜଣାପଡିଛି । ଚଢ଼ଉ ଜାରି ରହିଛି, କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ ସରୁନି । ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ। Post navigation ଗିରଫ ହେଲେ ଲାଞ୍ଚୁଆ ବିଡିଓ ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର