ପହଣ୍ଡି ବେଳେ ହୋଇଥିବା ଅଘଟଣକୁ କେନ୍ଦ୍ରକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ନାଁରେ ଦିଆଯାଇଛି ଏତଲା । ଏତଲା ଦେଇଛନ୍ତି ୫ଜଣ ଜନୈକ ଆଇନଜୀବୀ। କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏତଲା ଦିଆଯାଇଥିବା ସୂଚନା । ସୂଚନାଯୋଗ୍ୟ, ଶ୍ରୀବିଗ୍ରହମାନଙ୍କ ମଙ୍ଗଳବାର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ରଥ ଉପରେ ଏକ ବଡ଼ଧରଣର ଅଘଟଣ ଘଟିଥିଲା। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବା ବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। ଏଥିରେ କିଛି ସେବାୟତ ମଧ୍ୟ ଆହତ ହୋଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣ ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପମଣ୍ଡପକୁ ନିଆଯାଇଥିଲା। Post navigation ପହଣ୍ଡିବେଳେ ଘଟିଥିବା ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ: କଟକ ସାଂସଦ ଭର୍ତ୍ତୃହରି ମହତାବ ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ