ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହୋଇଛି। ଟାଉନ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟାରେ କର୍ଫ୍ୟୁ କୋହଳ କରାଯାଇଛି। ଆଜି ସୁଦ୍ଧା ୮୯ ଗିରଫ ହୋଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି। ଗୁଜବ ସୃଷ୍ଟି ଅଭିଯୋଗରେ ଜଣେ ଗିରଫ ହୋଇଛନ୍ତି। ଏଭଳି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭୟଭୀତ ନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ବାଲେଶ୍ବର ସହରରେ କାଲିଠୁ ଇଣ୍ଟରନେଟ୍
ସେବା ଜାରି ରହିବ।
