ଓଡ଼ିଶାରେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ ବୈଠକ ହେବ। ଆଉ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିବ। ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ରହିଛି। ନିଜ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ନେଇ ମନମୋହନ କହିଛନ୍ତି, ସେଭଳି ଚର୍ଚ୍ଚା ଓ ଆଲୋଚନା କରିବା ଉଚିତ୍ ନୁହେଁ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । Post navigation ବହୁତ ଜଲଦି ଖୋଲିବାକୁ ଯାଉଛି ଶ୍ରୀମନ୍ଦିରର ୪ ଦ୍ୱାର ଆସିଲା କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ