ରାଜ୍ୟରେ ବଢୁଥିବା ଅଂଶୁଘାତଜନିତ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ପ୍ରତିକ୍ରିୟା। ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ହିଟୱେଭ୍ ମାମଲା ଆସୁଛି କହିଲେ।କାଲି ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ସ୍ପଷ୍ଟ ହୋଇଛି।ସେଥିରୁ ୨୦ ମାମଲା କେବଳ ରାଉରକେଲା ସହରର ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେଥି ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ସତର୍କ ରହିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।