ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ ପ୍ରଶ୍ନବାଚୀ ଛିଡା କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି କହିଛନ୍ତି । କେବଳ ଏକା ପାଣ୍ଡିଆନ୍‌ କାହିଁକି ତାଙ୍କ ମାଇକ୍‌ ଧରୁଛନ୍ତି ତା’ର ଉତ୍ତର ଦେଲେନି ନବୀନ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି ନେତା, ମନ୍ତ୍ରୀ ସିଧା ଭେଟି ପାରୁନାହାନ୍ତି, ତା ଉତ୍ତର ବି ଲୋକ ପାଇଲେନି। ନବୀନ ନିଜେ ଦସ୍ତଖତ କରୁଛନ୍ତି ନା ପାଣ୍ଡିଆନ୍‌ଙ୍କ ପାଖରେ ତାଙ୍କ ଡିଜିଟାଲ ସାଇନ ଅଛି।ପାଣ୍ଡିଆନ୍‌ ତାଙ୍କୁ ନିୟନ୍ତ୍ରଣ କରୁନାହାନ୍ତି, ତାହା ଆଶ୍ୱସ୍ତ କରିପାରିଲେନି।

 

ଆଜି ନବୀନ ଦେଇଥିବା ସାକ୍ଷାତକାରର କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ୍‌ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି। ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗରେ ସେ ସ୍ପଷ୍ଟ ଉତ୍ତର ରଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି । ମୁଁ ସବୁବେଳେ କ୍ୟାବିନେଟ ମିଟିଂରେ ଅଧ୍ୟକ୍ଷତା କରେ ।

By SonaliP

Leave a Reply

Your email address will not be published. Required fields are marked *