ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାରରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ବିଜେଡି ସରକାର । ଓଡ଼ିଶାରେ ଚାଲିଛି ଆଉଟସୋର୍ସ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି ମୁଖ୍ୟ ଶାସନ ସଚିବ । ସେ ଆଉ ମଧ୍ୟ କହିଛନ୍ତି ନବୀନ ନିବାସର ନବୀନ ପଟ୍ଟନାୟକଙ୍କ ରୁମ୍‌ରେ ମଧ୍ୟ ଟେଲିଫୋନ ସଂଯୋଗ ନାହିଁ। ତାଙ୍କ ରୁମ୍‌ରେ ଡାଇରେକ୍ଟ ଟେଲିଫୋନ କନେକ୍ସନ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ଦୈନିକ ସଂଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ କାଟି ଦିଆଯାଇଛି।

ସେ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି। ପିଏମ୍‌ ଶ୍ରୀ, ପିଏମ୍‌ ଉଷା ଯୋଜନା ମଧ୍ୟ ଲାଗୁ କରୁନାହାନ୍ତି। ମୋଦିଙ୍କ ନାଁ ଆସିଲେ ତାକୁ ଲାଗୁ ନକରିବା ତାଙ୍କର ଏକ ରଣନୀତି। ଓଡ଼ିଶା କାହାର ଜାଗିର ନୁହେଁ, ୨୧ ରୁ ୨୧ ଲୋକସଭା ଓ ବିଧାନସଭାରେ ସ୍ପଷ୍ଟ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ମୋଦିଙ୍କ ଉପରେ ଓଡ଼ିଶାବାସୀଙ୍କ ଅତୁଟ ଭରସା ରହିଛି ।

କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟରେ ଅଛି। ଓଡ଼ିଶାରେ କଂଗ୍ରେସର ପୂରା ଟିକେଟ ନବୀନ ବାଣ୍ଟିଛନ୍ତି। ଯେଉଁଠି ଯାହାକୁ ତାଙ୍କର ଇଚ୍ଛା ହେଲା, ସେଠି ଟିକେଟ ଦେଇଛନ୍ତି। ବିଜେଡିର କହିବା ଅନୁସାରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *