ଗତକାଲି ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଖେଳ ହେଉଥିବା ବେଳେ ବାଣ ଦ୍ୱାରା ଅଗ୍ନି ବିସ୍ପୋରଣ ଘଟିଥିଲା । ଆମ୍ବୁଲାନ୍ସର ଅଭାବ କାରଣରୁ ଠିକ୍ ସମୟରେ ପୀଡିତଙ୍କୁ ଚିକିତ୍ସା ଉପଲବ୍ଧ ହୋଇପାରିଳା ନାହିଁ ସେହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । କିଛି ହସ୍ପିଟାଲରେ ଭିର୍ତି ହୋଇଛନ୍ତି ।

ସେମାନଙ୍କୁ ପୁରୀ ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଛନ୍ତି । ପୁରୀ ବାଣ ବିସ୍ଫୋରଣ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ । ପୁରୀ ମେଡିକାଲରେ କାହିଁକି “ବର୍ଣ୍ଣ” ୱାର୍ଡ ବ୍ୟବସ୍ଥା ନାହିଁ ବୋଲି ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । ଏହା ଗୋଟିଏ ଗୋଟିଏ ଘଟଣା ବିଶ୍ୱସ୍ତରୀୟ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଓ ଅପପ୍ରଚାରର ମୁଖା ଖୋଲିବାରେ ଯଥେଷ୍ଟ ଅଟେ ।

ସୂଚନାଥାଉ କି, ପୁରୀ ସାଧାରଣ ଅଂଚଳ ନୁହେଁ । ଓଡ଼ିଶାର ଗର୍ବ ଓ ଓଡ଼ିଆଙ୍କ ସ୍ୱାଭିମାନ ହେଉଛି ପୁରୀ । ପୁରୀରେ ୩୦ଜଣ ଲୋକଙ୍କ ଉପରେ ଏଭଳି ଅଗ୍ନିକାଣ୍ଡ ଘଟିଲା । ସେହି ସମୟରେ ମାତ୍ରାଧିକ ଆମ୍ବୁଲାନ୍ସ ରହିବାର ଆବଶ୍ୟକତା ଥିଲା । ତୁରନ୍ତ ସେମାନେ ହସ୍ପିଟାଲ ପହଂଚିବାର ବ୍ୟବସ୍ଥା କରିବା କଥା । ଆଜି ଡାକ୍ତରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲି ।

ମେଡିକାଲ ଫିଲ୍ଡରେ ଯେକୌଣସି ବେମାରୀ ହେଉ ଜରୁରୀକାଳିନ ପରିସ୍ଥିତି ପାଇଁ ଗୋଟିଏ “ଗୋଲଡେନ ପିରିୟଡ” ଥାଏ । ସେହି ଗୋଲଡେନ ପିରିୟଡ୍ ଭିତରେ ରୋଗୀ ଡାକ୍ତରଖାନା ପହଂଚିଗଲେ ବଂଚିବାର ସମ୍ଭାବନା ବଢ଼ିଯାଏ । ଦୁର୍ଘଟଣା ପରେ ରାତିସାରା ସମ୍‌, ଏମ୍‌ସ, ଏସସିବି, ହାଇଟେକକୁ ଫୋନ କରି ବେଡ୍‌ର ବ୍ୟବସ୍ଥା କରାଯାଇଥିଲା । ବହୁ ବିଳମ୍ବରେ ରୋଗୀମାନେ ହସ୍ପିଟାଲରେ ପହଂଚିଛନ୍ତି । ଆଜି ଯେଉଁ ରୋଗୀମାନେ ଅସୁସ୍ଥ ଅଛନ୍ତି ତାଙ୍କୁ ଠିକ୍ ସମୟରେ ମେଡିସିନ ଦିଆଯାଇ ପାରିନାହିଁ ।ପୋଡା ରୋଗୀ ପୁରୀ ହସ୍ପିଟାଲରେ ଚିକିତ୍ସିତ ହେବାର କୌଣସି ବ୍ୟବସ୍ଥା ନାହିଁ । ଏଘଟଣାର ତଦନ୍ତ ହେଉ । ଯେଉଁମାନେ ଦୋଷୀ ତାଙ୍କୁ ଦଣ୍ଡ ଦିଆଯାଉ । ୨୪ବର୍ଷ ନବୀନ ସରକାର ଶାସନରେ ରହିବା ପରେ ମଧ୍ୟ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଁଚିପାରୁ ନାହିଁ । ପୁରୀ ମେଡିକାଲରେ କାହିଁକି ଏତେ ଅବ୍ୟବସ୍ଥା ତାହାର ଉତର ନବୀନ ବାବୁ ଦିଅନ୍ତୁ ବୋଲି ଡା.ସମ୍ବିତ ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *